ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର : ଭୁବନେଶ୍ୱରର ଭିଏସଏସ ନଗରରେ ଏକ ଘର ଭିତରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସଂଗ୍ରାହଳୟରେ ଅବକାଶ ଅସ୍ଥାୟୀ ଚାକିରି କରୁଥିଲେ। ପ୍ରେମ ସମ୍ପର୍କକୁ ନେଇ ବିବାଦରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.