ଗୁଳିମାଡରେ ଯୁବକ ମୃତ

0

ବ୍ରଜରାଜନଗର:- ଗୁରୁବାର ସନ୍ଧ୍ୟା ୫ଟା୩୦ ସମୟରେ  ବ୍ରଜରାଜନଗର ମଣ୍ଡଳୀୟା ମୁଖ୍ୟ ରାସ୍ତା ଉପରେ ଜଣେ ଯୁବକଙ୍କୁ କିଛି ଦୃର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି ।। ଗୁରୁତର ଅବସ୍ଥାରେ ଏହି ଯୁବକଙ୍କୁ ସ୍ଥାନୀୟ ଲୋକ ଚିକିତ୍ସାପାଇଁ ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ଯୁବକ ଜଣକ ହେଲେ ମଣ୍ଡଳୀୟା ଝୋପଡିପଡାର ପିଣ୍ଟୁ ବାଉରୀ (୨୮) । ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିବା ସହ ଏବେ ଅଭିଯୁକ୍ତମାନଙ୍କୁ ଗିରଫକରିବା ପାଇଁ ଉଦ୍ୟମ ଜାରି ରଖିଛି।

Leave A Reply