ଶିକ୍ଷକଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ପିଟି ପିଟି ମାରି ଦେଲେ ଲୋକ

ପାଟନା . – ବିହାର ଜାମୁଇ ଅଞ୍ଚଳରେ ଜଣେ ଶିକ୍ଷକଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ସ୍ଥାନୀୟ ଲୋକ ପିଟି ପିଟି ମାରି ଦେଇଛନ୍ତି ।  ଅଭିଯୁକ୍ତ ଅମର ସିଂ  ଜଣେ ଶିକ୍ଷକଙ୍କୁ ଗୁଳି କରିଥିଲା ।   ସେ ଶିକ୍ଷକଙ୍କ ଗୋଡକୁ ଗୁଳି କରବା ପରେ  ତାଙ୍କ ପଡୋଶୀଙ୍କ ଘରେ ଲୁଚିଯାଇଥିଲା । ହେଲେ ସ୍ଥାନୀୟ ଲୋକ ତାକୁ ଖୋଜି ପାଇବା ପରେ  ଘର ବାହାରକୁ ଆଣିଥିଲେ  । ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା , ପରେ ଲୋକଙ୍କ ମାଡରେ ଅଭିଯୁକ୍ତ ର ମୃତ୍ୟୁ ହୋଇଥିଲା ।

 

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅମର  ସିଂ ଗୁଳିମାରିବା ପରେ  ଜଣଙ୍କ ଘରେ ଲୁଚିଯାଇଥିଲା , ପରେ ଲୋକମାନେ  ତାକୁ ଖୋଜି ପାଇବା ପରେ ପିଟି ପିଟି ମାରିଦେଇଥିବା କଥା  ଜାମୁଇର ଏସ୍‌ଡିପିଓ ରାମ୍ପୁକାର ସିଂ ସୂଚନା ଦେଇଛନ୍ତି ।

Comments are closed.