ଷ୍ଟିଭ ଡେଭିସ କପ୍‍ ସ୍ନୁକର: ସୁବ୍ରତ ଚମ୍ପିଆନ; ସୌଭାଗ୍ୟ ରନର୍ସଅପ୍‍

0

ଭୁବନେଶ୍ୱର : ଓଡ଼ିଶାର ଷ୍ଟାର କ୍ୟୁ ସ୍ପୋର୍ଟ୍ସ ଖେଳାଳି ସୁବ୍ରତ ଦାସ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ସୁବ୍ରତ ରାଜ୍ୟ ବାହାରେ ଉଭୟ ସ୍ନୁକର ଓ ବିଲିୟାର୍ଡ୍ସ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଝାଡଖଣ୍ଡର ରାଞ୍ଚିଠାରେ ଚାଲିଥିବା ଷ୍ଟିଭ ଡେଭିସ କପ୍‍ ବିଲିୟାର୍ଡ୍ସ ଓ ସ୍ନୁକର ଚମ୍ପିଆନସିପ୍‍-୨୦୧୮ରେ ସୁବ୍ରତ ଦ୍ୱିମୁକୁଟ ହାସଲ କରିଛନ୍ତି। ବିଲିୟାର୍ଡ୍ସ ଟ୍ରଫି ପରେ ସୁବ୍ରତ ସ୍ନୁକର ଟ୍ରଫି ହାସଲ କରିଛନ୍ତି। ବୁଧବାର ସ୍ନୁକର ବିଭାଗ ଫାଇନାଲରେ ଦୁଇ ଓଡ଼ିଆ ପ୍ରତିଯୋଗୀ ସୁବ୍ରତ ଓ ସୌଭାଗ୍ୟ ବେହେରା ସାମ୍ନାସାମ୍ନି ହୋଇଥିଲେ। ଏଥିରେ ସୁବ୍ରତ ୪-୩ ସେଟ୍‍ରେ ସୌଭାଗ୍ୟଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ସୌଭାଗ୍ୟ ପ୍ରାରମ୍ଭରୁ ଚମତ୍କାର ସ୍ନୁକର ଖେଳି ୨-୦ସେଟ୍‍ରେ ଆଗୁଆ ରହିଥିଲେ। ସୁବ୍ରତ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‍କୁ ୨-୨ ବରାବର ସ୍ଥିତିକୁ ଆଣିଥିଲେ। ପୁନର୍ବାର ସୌଭାଗ୍ୟ ୩-୨ରେ ଆଗୁଆ ରହିଥିବାବେଳେ ସୁବ୍ରତ ତୃତୀୟ ସେଟ୍‍କୁ ଜିତି ମ୍ୟାଚ୍‍କୁ ୩-୩ ସ୍ଥିତିକୁ ଆଣିଥିଲେ। ଅନ୍ତିମ ରାଉଣ୍ଡରେ ସୁବ୍ରତ ୪-୩ରେ ବିଜୟୀ ହୋଇ ସ୍ନୁକର ଟାଇଟଲ ହାସଲ କରିଥିଲେ। ପୂର୍ବରୁ ସୁବ୍ରତ ବିଲିୟାଡ୍ସ ଟାଇଟଲ ମଧ୍ୟ ହାସଲ କରିଥିଲେ। ଏହି ସଫଳତା ପାଇଁ ଗୋବିନ୍ଦ ଶର୍ମାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply