ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ କେଶ ନଂ ୯୬ /୧୯ ଏକ ମାମଲା ରୁଜୁ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ସରକାରୀ ଶିକ୍ଷକ ଭାବେ କାର୍ୟ୍ୟରତ ପ୍ରଶାନ୍ତ  କୁମାର ସାହୁ ନିଜ ଘରେ ଟିଉସନ କରୁଥିବା ସମୟରେ ଏକ ୭ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ।ଛାତ୍ରୀ ଜଣକ ଏନେଇ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା।ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଲତେସବାନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ୟ୍ୟରତ ବୋଲି ଜଣାପଡିଛି।ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଲାଇଛି ବୋଲି ଥାନା ଅଧିକାରୀ କୌଶିକ ମାଝୀ କହିଛନ୍ତି।

Comments are closed.