ଇସ୍ତଫା ଦେଲେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ ଡାରେନ ଲେହମାନ

0

ନୂଆଦିଲ୍ଲୀ: ବଲ ଟାମ୍ପରିଂ ବିବାଦରେ ଷ୍ଟିଭ ସ୍ମିଥ୍ ଓ ଡେଭିଡ ଓ୍ଵାର୍ଣ୍ଣରଙ୍କୁ କ୍ରିକେଟରୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ପରେ ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଡାରେନ ଲେହମାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ବିବାଦରେ ଲେହମାନଙ୍କ ଭୂମିକା ସନ୍ଦେହ ଘେରରେ ଥିଲା। ମାତ୍ର କ୍ରିକେଟ୍ ଅଷ୍ଟ୍ରେଲିଆର ଯାଞ୍ଚରେ ସେ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିରୋଧରେ ଅଷ୍ଟ୍ରେଲିଆ ଶୁକ୍ରବାରଠୁ ଜୋହାନ୍ସବର୍ଗରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳିବ। ଏହି ସିରିଜରେ ଘରୋଇ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି। ତେବେ ଏହି ଟେଷ୍ଟ ମ୍ୟାଚ ହେବ ଲେହମାନଙ୍କ ଶେଷ ମ୍ୟାଚ।

Leave A Reply