ଜେଡିଏସ ଛାଡି ବିଏସପିରେ ଯୋଗଦେଲେ ଦାନିସ୍‍ ଅଲ୍ଲୀ

0

ନୂଆଦିଲ୍ଲୀ : ଜନତା ଦଳ(ସେକୁଲାର)ର ମହାସଚିବ ଦାନିସ ଅଲ୍ଲୀ ଶନିବାର ଇସ୍ତଫା ଦେଇ ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦାନିସ ଅଲ୍ଲୀ କହିଛନ୍ତି, ଯେତେବେଳେ ମୁଁ ଜେଡିଏସରେ ଥିଲି ସେତେବେଳେ କିଛି ମାଗିନଥିଲି। ସେ କେଉଁ କାମ ଦେବେ ତାହା ଏଚ.ଡି ଦେବଗୌଡାଙ୍କ ଉପରେ ଥିଲା। ମୁଁ ଦେବଗୌଡାଙ୍କ କଥାମାନି ଏଠାକୁ ଆସିଛି। ସେ ଆହୁରି କହିଛନ୍ତି ମାୟାବତୀ ଯେଉଁ କାମ ଦେବେ ସେ ସମସ୍ତ କାମ କରିବି। ମୋ ଜନ୍ମଭୂମି ପାଇଁ ମୁଁ କିଛି କରିନି ତେଣୁ ବର୍ତ୍ତମାନ ତାହା କରିବାକୁ ଚାହୁଁଛି।
ଜେଡିଏସରେ ଦାନିସ ଅଲ୍ଲୀ ଥିବା ସମୟରେ କର୍ଣ୍ଣାଟକରେ ସରକାର ଗଠନ କରିବା ଓ ନିକଟରେ କଂଗ୍ରେସ ଜେଡିଏସ ମଧ୍ୟରେ ଆସନ ବଣ୍ଟନ କରିବାରେ ମୁଖ୍ୟ ଭୂମିକା ରହିଥିଲା।

Leave A Reply