ବିଏସ୍‌ପିରେ ମିଶିଲେ ଜେଡିଏସ୍‌ର ଡାନିସ୍ ଅଲି

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳଗୁଡିକ ମଧ୍ୟରେ ଦଳବଦଳ ପ୍ରକ୍ରିୟା ଜୋର ଧରିଛି। ଏହି କ୍ରମରେ ଜେଡିଏସ୍‌ର ସାଧାରଣ ସଂପାଦକ ଡାନିସ୍ ଅଲି ଶନିବାର ବହୁଜନ ସମାଜ ପାର୍ଟି (ବିଏସପି)ରେ ଯୋଗ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହେବା ଦୁଇଦିନ ପରେ ଡାନିସ ଦଳ ବଦଳ କରିଛନ୍ତି। କଂଗ୍ରେସ ସହିତ ଜେଡିଏସ୍‌ର ଆସନ ବୁଝାମଣାରେ ଡାନିସ ଅନ୍ୟତମ ମଧ୍ୟସ୍ଥ ଭାବେ କାର୍ଯ୍ୟ କରିଥିଲେ।

Leave A Reply