ମୁହାଣରେ ଡଙ୍ଗା ଓଲଟି ଜଣେ ନିଖୋଜ

0

ପାରାଦୀପ: ପାରାଦୀପର ନେହେରୁବଙ୍ଗଳା ମୁହାଣ ମୁହଁରେ ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜିବୀ ନିଖୋଜ ହୋଇଛନ୍ତି। ନିଖୋଜ ବ୍ୟକ୍ତି ଜଣକ ଷଣ୍ଢକୁଦ ବାସିନ୍ଦା ଏରପିଲ ଜଗା (୪୫) ବୋଲି ଜଣା ପଡିଛି। ମଙ୍ଗଳବାର ସକାଳେ ୬ଜଣ ମତ୍ସ୍ୟଜିବୀ ମାଛଧରିବାକୁ ଯାଉଥିବାବେଳେ ମୁହାଣ ମୁହଁରେ ପ୍ରବଳ ଲହଡି ମାଡି ଆସିଥିଲା। ଏଥିରେ ଜଗା ଡଙ୍ଗାରୁ ତଳକୁ ଖସିପଡି ନିଖୋଜ ହୋଇଯାଇଛନ୍ତି। ଅନ୍ୟ ମତ୍ସ୍ୟଜିବୀମାନେ ତାଙ୍କୁ ଖୋଜାଖୋଜି କରୁଥିବା ଜଣା ପଡିଛି।

Leave A Reply