ଶକ୍ତି ଯୋଗାଇବା ସହ ଚର୍ବି କମ୍ କରେ ଦଲିୟା

0

ସାଧାରଣତଃ ପ୍ରସବ ପରେ ମହିଳାଙ୍କ ଓଜନ ବଢ଼ିବା ସହ ପେଟର ଚର୍ବି ମଧ୍ୟ ସହଜରେ ହ୍ରାସ ପାଇନଥାଏ। ଏଣୁ ସେମାନେ ରୀତିମତ ଯୋଗ, ବ୍ୟାୟମା, ଡାଏଟିଂ କଲେ ମଧ୍ୟ ସେଭଳି ଆଖିଦୃଶିଆ ଲାଭ ମିଳିନଥାଏ। ଏପରିସ୍ଥଳେ ଦଲିୟା ସେବନ କଲେ ୧ ମାସ ମଧ୍ୟରେ ପେଟର ଚର୍ବି କମ୍ ହୋଇଥାଏ। ଖାଦ୍ୟ ବିଶେଷଜ୍ଞ ଅଞ୍ଜୁ ମେହେରା, ମହିଳାଙ୍କ ପାଇଁ ଦଲିୟା ସୁପରଫୁଡ୍ ବୋଲି ପ୍ରକାଶ କରିଛନ୍ତି। ଆଜିକାଲି ସମସ୍ତ ସୁପର୍‌ମାର୍କେଟ୍, ମଲ୍ ଦଲିୟା ଉପଲବ୍ଧ।

ଦଲିୟାରେ ଭରପୂର ମାତ୍ରାରେ ଫାଇବର୍ ଥିବାରୁ ତାହା କୋଲଷ୍ଟରଲ୍‌ର ସ୍ତର କମ୍ କରିଥାଏ। ଏହା ଖାଇଲେ ଶୀଘ୍ର ଭୋକ ଲାଗେନାହିଁ। ପେଟର ଚର୍ବି ମଧ୍ୟ ଶୀଘ୍ର ହ୍ରାସ ପାଏ।

ଏହି ବ୍ୟଞ୍ଜନ ପ୍ରସ୍ତୁତ କରିବା ବେଶ୍ ସହଜ। ଏପରିକି ଶରୀରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ ଦଲିୟା।

ପର୍ୟ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଦଲିୟା ତ୍ବଚା ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଉଥିବାର ପରୀକ୍ଷାରୁ ଜଣାପଡ଼ିଛି।

 

 

Leave A Reply