ଦଲାଇ ଲାମାଙ୍କ କ୍ଷମାପ୍ରାର୍ଥନା

0

ନୂଆଦିଲ୍ଲୀ : ମହମ୍ମଦ ଅଲ୍ଲୀ ଜିନ୍ନା ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ଓ ପାକିସ୍ତାନ ବିଭାଜନ ହୋଇ ନ ଥାଆନ୍ତା ବୋଲି କହି ବିବାଦ ମଧ୍ୟକୁ ଟାଣି ହୋଇଯାଇଥିବା ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଶୁକ୍ରବାର କ୍ଷମାପ୍ରାର୍ଥନା କରିଛନ୍ତି। ଏକ ଇଲେକ୍‍ଟ୍ରୋନିକ୍‍ ଗଣମାଧ୍ୟମକୁ ସେ କହିଛନ୍ତି, ତାଙ୍କ ମନ୍ତବ୍ୟରେ ଯଦି କିଛି ତ୍ରୁଟି ଥାଏ ସେଥିନେଇ ସେ କ୍ଷମାପ୍ରାର୍ଥନା କରୁଛନ୍ତି। ଦଲାଇଲାମା ଗୁରୁବାର ଆହୁରି କହିଥିଲେ ଯେ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ପଦ ମୁସଲିମ୍‍ ଲିଗ୍‍ ନେତା ଜିନ୍ନାଙ୍କୁ ଦେବାକୁ ମହାତ୍ମାଗାନ୍ଧୀ ଇଚ୍ଛୁକ ଥିଲେ; କିନ୍ତୁ ଜବାହରଲାଲ୍‍ ନେହରୁ ଏଥିରେ ଏକମତ ହୋଇ ନ ଥିଲେ। ଦଲାଇଲାମାଙ୍କର ଏଭଳି ମନ୍ତବ୍ୟକୁ ନେଇ ନୂତନ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା।

Leave A Reply