ଗୁରୁବାର ରାଶିଫଳ

0

ମେଷ: ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।

ବୃଷ: ବହୁ ମିତ୍ରଙ୍କର ସାନ୍ନିଧ୍ୟ ଲାଭ କରିବେ। ଆନନ୍ଦ ଉତ୍ସବରେ ସାମିଲ ହୋଇପାରନ୍ତି। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ଧୈର୍ଯ୍ୟର ସହ କାର୍ଯ୍ୟ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।

ମିଥୁନ: ମନରେ ଗର୍ବଭାବ ବହନ କରିପାରନ୍ତି। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବ୍ୟବସାୟରେ ଅପୂର୍ବ ସଫଳତା ମିଳିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।

କର୍କଟ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ସମାଲୋଚନାର ଶରବ୍ୟ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଗୁରୁଜନମାନଙ୍କ ପରାମର୍ଶ ଉପାଦେୟ ହେବ। ବହୁ ସୁଖ ଭୋଗ କରିବେ। ବିଦ୍ୟାର୍ଥୀଙ୍କ ସାଧୁ କଲ୍ୟାଣ ମିଳିବ।

ସିଂହ: ଉନ୍ନତି ପଥରେ ଅଗ୍ରସର ହୋଇପାରନ୍ତି। ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସାମାନ୍ୟ କଥାରେ ବିବାଦ ଉପୁଜିବ। ବିଦ୍ୟାର୍ଥୀ ଯତ୍ନବାନ ହେବା ଉଚିତ।

କନ୍ୟା: ନୂତନ ଦରକାରୀ ଦ୍ରବ୍ୟ କ୍ରୟ କରିବେ। ସମ୍ମାନିତ ହେବା ଆଶାକରାଯାଏ। ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଧନଲାଭର ସୂଚନା ମିଳୁଛି। ବନ୍ଧୁଙ୍କ ଦ୍ୱାରା ସମ୍ମାନିତ ହେବେ। ଶୁଭକାର୍ଯ୍ୟରେ ଯୋଗଦେବେ। ବିଦ୍ୟାର୍ଥୀ ବୈଷୟିକ ଜ୍ଞାନୀ ହେବେ।

ତୁଳା: ସ୍ୱାଧୀନ ଚିନ୍ତାଧାରାରେ କିଛି ନ କରି ପରାମର୍ଶ ଗ୍ରହଣ କରିବା ଭଲ ହେବ। ରାଜବଂଶ ପୂଜିତ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ବିଦ୍ୟାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବେ।

ବିଛା: ମନରେ ଅଶାନ୍ତି ବସାବାନ୍ଧି ଥିଲେ ବି ସମ୍ମାନିତ ହୋଇପାରନ୍ତି। ସମସ୍ତ ଅସୁବିଧା ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୁଯୋଗ ଅଛି। ଶୁଭ ଅନୁଷ୍ଠାନରେ ଯୋଗ ଦେବେ। ବିଦ୍ୟାର୍ଥୀଙ୍କ କାର୍ଯ୍ୟ ଶୁଭଙ୍କର ହେବ।

ଧନୁ: ବ୍ୟୟ ଭାର ବୃଦ୍ଧି ହୋଇପାରେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି। କାର୍ଯ୍ୟରେ ସାମୟିକ ଭାବେ ଅସୁବିଧା ଉପୁଜି ପାରେ। କାର୍ଯ୍ୟ କ୍ଷେତ୍ରରେ ଆଶଙ୍କିତ ହୋଇପାରନ୍ତି। ବିଦ୍ୟାର୍ଥୀ ମଧ୍ୟ ସଫଳ ପାଇବେ।

ମକର: ଈର୍ଷାର ପାତ୍ର ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଗୃହରେ ଶାନ୍ତିିର ବାତାବରଣ ସୃଷ୍ଟି ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କୁମ୍ଭ: କର୍ମ ଚଞ୍ଚଳ ରହିବେ। ଅର୍ଥ ସହିତ ଦ୍ରବ୍ୟ ଲାଭ ହୋଇପାରେ। ଉପୁଜି ଥିବା ସମସ୍ୟା ଦୂର ହେବ। ଶୁଭ ଅନୁଷ୍ଠାନରେ ଯୋଗଦେଇ ପାରନ୍ତି। ବନ୍ଧୁ ସହଯୋଗ ମିଳିପାରେ। ଶତ୍ରୁ ବିଜୟୀ ହେବେ। ଅସାଧ୍ୟ ସାଧନ କରିବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।

ମୀନ: ପ୍ରତ୍ୟେକ କାର୍ଯ୍ୟ ସାବଧାନତାର ସହ ସମ୍ପାଦନ କଲେ ସୁଫଳ ମିଳିବ। ପରୋପକାରୀ ହେବେ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଖଳଲୋକେ ବିରୁଦ୍ଧାଚରଣ କରିପାରନ୍ତି। ସୁମିଷ୍ଟ ଭୋଜନ ମିଳିବ। ପ୍ରୀତି ଲାଭ ହେବ। ବିଦ୍ୟାର୍ଥୀ ମହାଧନ ପ୍ରାପ୍ତ ହେବେ।

Leave A Reply