ଆଜିର ରାଶିଫଳ ୦୧.୦୩.୨୦୧୮ (ଗୁରୁବାର)

0

ମେଷ: ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଲାନ୍ତ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁ ଦର୍ଶନ କରିପାରନ୍ତି। ବିଦ୍ୟାର୍ଥୀଙ୍କ ପରିଶ୍ରମର ଫଳ ପ୍ରାପ୍ତ ହେବ।

ବୃଷ: ସୁକର୍ମରେ ଦୀକ୍ଷିତ ହେବା ସହିତ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟୟ ବୃଦ୍ଧି ହୋଇପାରେ। ଠାକୁରଙ୍କ କାର୍ଯ୍ୟରେ ନିୟୋଜିତ ହେବେ। କୃଷିକ୍ଷେତ୍ର ଲାଭ ଦାୟକ ହେବ। ବିଦ୍ୟାର୍ଥୀଙ୍କ ଉଦ୍ୟମ ସଫଳ ହେବ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ଓ ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ମନ ପ୍ରଫୁଲ୍ଲ ରହିବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ବନ୍ଧୁମାନଙ୍କ ଠାରୁ ଆଦର ମିଳିବ। ବିଦ୍ୟାର୍ଥୀ ସୁଖୀ ହେବେ।

କର୍କଟ: ଆପଣଙ୍କ ପାଇଁ ମାର୍ଗ ସୁଗମ ହେବ। ନିଜ ଚିନ୍ତାଧାରାରେ କିଛି କରିବା ଅସମ୍ଭବ ହେବ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ। ସମସ୍ତ କାର୍ଯ୍ୟ ଜଗି ରଖିବାକୁ ପଡ଼ିବ। ଛାତ୍ର-ଛାତ୍ରୀ ପରୀକ୍ଷାରେ ଶୁଭଫଳ ପ୍ରାପ୍ତି ହେବେ।

ସିଂହ: ଏକ ନୂତନ ସମସ୍ୟାରେ ଜଡ଼ିତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କର୍ମକ୍ଷେତ୍ର ଆନନ୍ଦମୟ ହେବ। ରୋଜଗାର ଆଶାନୁରୂପ ହେବ। ଅର୍ଥ ଲାଭ ହେବ। ବିଦ୍ୟାର୍ଥୀ ଆମୋଦ ପ୍ରମୋଦ କରିବେ।

କନ୍ୟା: ଅନ୍ୟର ଅପକର୍ମକୁ ଘୃଣା ଚକ୍ଷୁରେ ଦେଖିପାରନ୍ତି। ବ୍ୟୟବୃଦ୍ଧିର ସମ୍ଭାବନା ଅଛି। କାର୍ଯ୍ୟ ପ୍ରାପ୍ତି ବିଳମ୍ବିତ ହୋଇପାରେ; ମାତ୍ର ଚେଷ୍ଟାରୁ ବିରତ ହେବେ ନାହିଁ। ବନ୍ଧୁଙ୍କ ଠାରୁ ସ୍ନେହ ଆଦର ମିଳିବ। ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ।

ତୁଳା: ବିଭିନ୍ନ ସ୍ତରରୁ ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଉପକାର ମିଳିପାରେ। ମନରେ ପ୍ରସନ୍ନତା ଭାବ ଦେଖାଦେବ। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ଆୟ ଅତ୍ୟଧିକ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ବିଛା: ମନ ପ୍ରଫୁଲ୍ଲ ରହିବ। ଶ୍ରମ ସାର୍ଥକ ହେବ। ବିଭିନ୍ନ ସୂତ୍ରରୁ ଧନଲାଭର ମାର୍ଗ ଉନ୍ମୁକ୍ତ ହେବ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବାଦରେ ବିଜୟୀ ହେବେ। ଠାକୁରଙ୍କ ସେବା କାର୍ଯ୍ୟ କରି ସନ୍ତୁଷ୍ଟ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।

ଧନୁ: ଗୁରୁଦତ୍ତ ଆତ୍ମଜ୍ଞାନରେ ଉଦ୍‌ବୁଦ୍ଧ ହେବେ। ସେବା ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଲାଭବାନ ହେବେ। ମାନସିକ ସ୍ତରରେ ଶାନ୍ତି ବିରାଜମାନ କରିବା କୁଶଳ ବାର୍ତ୍ତା ମିଳିପାରେ। ବିଦ୍ୟାର୍ଥୀ ପ୍ରଶଂସାର ପାତ୍ର ହେବେ।

ମକର: ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହ ଚଳିବାକୁ ପଡ଼ିବ। କୁଶଳ ସମାଚାର ମିଳିବ। ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିପାରେ।

କୁମ୍ଭ: ମିତ୍ର ଲାଭ ହେବାର ସୁଯୋଗ ଜୁଟିଛି। ମାନ-ସମ୍ମାନ ଲାଭ କରିପାରନ୍ତି। ପାରିବାରିକ ସୁଖରେ ସୁଖୀ ହେବେ। ଆୟ ପରିମାଣ ବୃଦ୍ଧି ହୋଇପାରେ। ଘରୋଇ ଉପକରଣ କ୍ରୟ କରିବେ। ସୁ ସଙ୍ଗଠକ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।

ମୀନ: ଧର୍ମ-କର୍ମ ସଂପାଦନ କରିପାରନ୍ତି। ଅର୍ଥ ପ୍ରାପ୍ତର ସୂଚନା ମିଳୁଛି। ମନୋବଳ ଦୃଢ଼କରି ଶତ୍ରୁକୁ ପରାଜିତ କରିପାରନ୍ତି। ସମ୍ମାନିତ ହେବେ। ଆଧ୍ୟାତ୍ମବାଦୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ। ବିଦ୍ୟାର୍ଥୀ ପ୍ରଶଂସିତ ହୋଇପାରନ୍ତି।

 

Leave A Reply