ଦଗୁବତୀ ଭେଙ୍କଟେଶଙ୍କ ସହ ନଜର ଆସିବେ ନୱାଜୁଦ୍ଦିନ

ମୁମ୍ବଇ : ବଲିଉଡ଼ ଅଭିନେତା ନୱାଜୁଦ୍ଦିନ ସିଦ୍ଦୀକି ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଅଭିନେତା ଦଗୁବତୀ ଭେଙ୍କଟେଶଙ୍କ ସହ ପରଦାରେ ଏକାଠି ନଜର ଆସିବେ। ଭେଙ୍କଟେଶଙ୍କ ଅଗାମୀ ତେଲୁଗୁ ଚଳଚ୍ଚିତ୍ର ‘ଭେଙ୍କୀ ମାମା’ରେ ନିକଟରେ ନୱାଜୁଦ୍ଦିନଙ୍କ ଏଣ୍ଟ୍ରି ହୋଇଥିବା ସୂଚନା ମଳିଛି। ଏ ଦୁହିଁଙ୍କ ସହ ନାଗା ଚୈତନ୍ୟଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ଭେଙ୍କୀ ମାମା’ ମାଧ୍ୟମରେ ଭେଙ୍କଟେଶ ଓ ନାଗା ଚୈତନ୍ୟଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇସାରିଛି। ତେବେ ଚଳଚ୍ଚିତ୍ରରେ ନୱାଜୁଦ୍ଦିନଙ୍କ ଏଣ୍ଟ୍ରିକୁ ନେଇ ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କୌଣସି ସୂଚନା ମଳିନାହିଁ। ଏଥିରେ ରାଶୀ ଖନ୍ନା ଓ ପାୟଲ ରାଜପୁତ ମଧ୍ୟ ନଜର ଆସିବେ। ଏମାନଙ୍କ ବ୍ୟତୀତ ପ୍ରକାଶ ରାଜ, ସଂପଥ ରାଜ ଏବଂ ରାଓ ରମେଶଙ୍କ ଭଳି କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କେଏସ୍‍ ରବିନ୍ଦ୍ର ବହନ କରିଛନ୍ତି।

Comments are closed.