ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

0

ବଲାଙ୍ଗୀର: ବଲାଙ୍ଗୀର ସହରର ରାମେଶ୍ୱରନଗରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରୁ ଗନ୍ଧ ବାହାରିବା ପରେ ପାଖ ପଡିଶା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତ ଯୁବକ ଜଣଙ୍କ ହେଉଛନ୍ତି ପ୍ରହଲ୍ଲାଦ ମିଶ୍ର। ସେ ବିବାହିତ ଥିଲେ। ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି। କିଛିଦିନ ତଳେ ପାରିବାରିକ କଳହ ଯୋଗୁ ତାଙ୍କ ସ୍ତ୍ରୀ ବାପ ଘରକୁ ପଳାଇଥିଲେ। ଏହି କାରଣରୁ ସେ ଆତ୍ମହତୃା କରିଥାଇ ପାରନ୍ତି ବୋଲି ସମ୍ପର୍କୀୟମାନେ କହିଛନ୍ତି।

Leave A Reply