ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

0

ଭଦ୍ରକ: ରେଳ ଧାରଣାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜିଆରପ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଯୁବକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ସୂଚନାଯୋଗ୍ୟ, ଗତରାତିରେ କୌଣସି ଏକ ଟ୍ରେନରେ ଯୁବକ ଜଣଙ୍କ ଖସିପଡି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ଯୁବକଙ୍କ ଆନୁମାନିକ ବୟସ ୨୫ରୁ ୩୦ ହେବ । ଆଜି ସକାଳେ କାର୍ଯ୍ୟରତ ରେଳବାଇ କର୍ମଚାରୀ (ଟ୍ରାକମେନ୍)ଦେଖି ଭଦ୍ରକ ରେଳବାଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣଶସ୍ଥଳରେ ପୁଲିସ ପ୍ରତାପ ରୁଦ୍ର ମିଶ୍ର ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave A Reply