ରାସ୍ତାକଡ଼ରୁ ଅଚିହ୍ନା ଶବ ଉଦ୍ଧାର

0

ଝାରସୁଗୁଡ଼ା: ୪୯ ନଂ ଜାତୀୟ ରାଜପଥର ବଢ଼େଇମୁଣ୍ଡ ଛକ ନିକଟ ରାସ୍ତାକଡ଼ରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ତାଙ୍କ ଆଖି ଓ ବାମ ହାତରେ ଗଭୀର କ୍ଷତ ଚିହ୍ନ ରହିଛି। ତେଣୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫୋଫାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳୁ ରାସ୍ତାକଡ଼ରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ବୋଲି ପୁଲିସ ଅନୁମାନ କରିଛି।

Leave A Reply