ଜାହ୍ନବୀ ଓ ଇଶାନଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ଼

ମୁମ୍ବଇ : ‘ଧଡ଼କ’ ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟରଙ୍କୁ ଦାଦା ସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ଭାରତୀୟ ସିନେମାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ମୁମ୍ବଇରେ ଏହି ଆୱାର୍ଡ଼ ସମାରୋହର ଆୟୋଜନ କରାଯାଇଥିଲା। ଜାହ୍ନବୀ ଓ ଇଶାନଙ୍କୁ ପ୍ରଥମ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହି ଅବସରରେ ଉଭୟ ଜାହ୍ନବୀ ଓ ଇଶାନ ଖୁବ୍‍ ଉତ୍ସାହିତ ଥିବା ଦେଖିବାକୁ ମଳିଥିଲା। ଏହି ଆୱାର୍ଡ଼ ସମାରୋହରେ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ତାରକା ନଜର ଆସିଥିଲେ। ଅପାରଶକ୍ତି ଖୁରାନା, ଅମୃତା ରାଓ, ସୁରେଖା ସିକରୀ, କାଜୋଲ, ଉଦିତ୍‍ ନାରାୟଣ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ।

Comments are closed.