ଗୋବିନ୍ଦାଙ୍କ ସହ ନାଚିଲେ ଡ୍ୟାନ୍‍ସିଂ ପ୍ରଫେସର

0

ନୂଆଦିଲ୍ଲୀ : ଡ୍ୟାନ୍‍ସିଂ ପ୍ରଫେସର ସଂଜୀବ ଶ୍ରୀବାସ୍ତବ ଓରଫ ଡବ୍ୱୁ ଅଙ୍କଲଙ୍କ ସ୍ୱପ୍ନ ସତ ହୋଇଛି। ତାଙ୍କର ସ୍ୱପ୍ନ ପୂରଣ ହୋଇଛି। ସୋସିଆଲ୍‍ ମିଡିଆରେ ତାଙ୍କର ନୃତ୍ୟ ଭାଇରଲ୍‍ ହେବା ପରେ ,ବଲିଉଡ ଅଭିନେତା ତଥା ନୃତ୍ୟରେ ପାରଙ୍ଗମ ଗୋବିନ୍ଦାଙ୍କ ସହ ନୃତ୍ୟ ସେ କରିଛନ୍ତି। ଏହା ଡବ୍ୱୁ ଅଙ୍କଲ ସ୍ୱପ୍ନ ସତ ହୋଇଥିଲା, କାରଣ ଗୋବିନ୍ଦାଙ୍କ ସହ ନାଚିବାପରେ ସଂଜୀବ ଶ୍ରୀବାସ୍ତବ ଆଣ୍ଠୁମାଡି ନମସ୍କାର ହୋଇଥିଲେ। କଲର୍ସ ଚ୍ୟାନେଲରେ ନୃତ୍ୟ ଭିତ୍ତିକ ଶୋ ଡ୍ୟାନ୍ସ ଦିବାନେ’ରେ ବଲିଉଡ ଅଭିନେତା ଗୋବିନ୍ଦା ଅତିଥି ଭାବେ ଆସିଥିଲେ। ଶୋ ରେ ସବୁଠାରୁ ମଜାଦାର ମୁହୂର୍ତ୍ତ ସେତେବେଳେ ଆସିଥିଲା ଯେତେବେଳେ ଡବ୍ୱୁ ଅଙ୍କଲ ଓରଫ ସଂଜୀବ ଶ୍ରୀବାସ୍ତବ ଶୋ’କୁ ଆସିଥିଲେ। ଡବ୍ୱୁ ଅଙ୍କଲ ଶୋ’ ରେ ଗୋବିନ୍ଦାଙ୍କ ସହ ମେ ସେ ମୀନା ସେ ମୀନା ନା ସକି ସେ…. ଗୀତରେ ନାଚିଥିଲେ। ଏହାବ୍ୟତୀତ ଏହି ଶୋ’ ରେ ଜଜ୍‍ ଥିବା ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ମଧ୍ୟ ନାଚିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଡବ୍ୱୁ ଅଙ୍କଲ ଓରଫ ସଂଜୀବ ଶ୍ରୀବାସ୍ତବ ନିଜ ଶଳାର ବିବାହ ଉତ୍ସବରେ ନୃତ୍ୟ କରି ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ।

Leave A Reply