www.samajalive.in
Monday, December 8, 2025
27.1 C
Bhubaneswar

ମଦ୍ୟପ ନେଲା ୨ମଦ୍ୟପଙ୍କ ଜୀବନ

ଡେରାଡୁନ୍‌ .- ଉତ୍ତରାଖଣ୍ଡର ପୌଡି ଅଞ୍ଚଳରେ ଏକ ରୋଷେଇ ଘରୁ ଦୁଇ ଜଣ ଯୁବକଙ୍କର ମୃତ ଦେହ ଜବତ କରାଯାଇଛି । ପୌଡି ଅଞ୍ଚଳରେ ଥିବା ଚାରକଣ୍ଡି ଗ୍ରାମରେ ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତ ଯୁବକଙ୍କର ପତ୍ନୀ ଥାନାରେ ଅଭିଯୋଗକରିଥିଲେ । ପରେ ପୁଲିସ ଏହି ଦୁଇଜଣଙ୍କର ଆଉଜଣେ ସାଙ୍ଗକୁ ହତ୍ୟା ଅଭିଯୋଗରେ ଗିରଫ କରିଛି ।
ଦୁଇ ଜଣ ଗୋଟିଏ ଭଡା ଘରେ ରହୁଥିଲେ । ଘର ମାଲିକ ସହ ଭଡା ଘରର ରୋଷାଇ ଘରେ ବସି ରାତିସାରା ମଦ୍ୟପାନ କରିଥିଲେ । ସକାଳେ ଘର ମାଲିକଙ୍କ ସ୍ତ୍ରୀ ଘର ବାହାରୁ ଦିଆଯାଇଥିବା ଦେଖିଥିଲେ । ସେ ଘର କବାଟ ଖୋଲିବା ମାତ୍ରେ ତା ଭିତରେ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟଜଣେ ଯୁବକ ଅଧାଜଳା ଅବସ୍ଥାରେ ପଡିଥିବା ଦେଖିଥିଲେ । ସେ ଭୟରେ ପାଟି କରିଥିଲେ ପରେ ଅନ୍ୟମାନେ ଘଟଣାସ୍ଥଳରେ ପହଁଚିଥିଲେ ।

ପରେ ପୁଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣା ବେଳେ ଏମାନେ ତିନିଜଣ ରାତିରେ ମଦ ପିଉଥିବା ପୁଲିସକୁ ସୂଚନା ମିଳିଥିଲା । ଅନ୍ୟ ଜଣେ ୧୯ ବର୍ଷିୟ ଯୁବକ ଘଟଣାସ୍ଥଳରେ ନଥିଲା । ପୁଲିସ ତୁରନ୍ତ ସେହି ଯୁବକକୁ ଅଟକ ରଖିଥିଲା । ମଦ୍ୟପାନ ପରେ ତିନି ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାରରେ ଦୁଇଜଣଙ୍କୁ ହତ୍ୟା କରି ସେ ନିଆଁ ଲଗାଇଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ପୁଲିସ ହତ୍ୟା ଅଭିଯୋଗରେ ତାକୁ କୋର୍ଟ ଚାଲାଣ କରିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories