ଦିଲ୍ଲୀ: ମୁଣ୍ଡ ବିହୀନ ମହିଳାଙ୍କ ଶରୀର ଏକ ବାକ୍ସରୁ ଉଦ୍ଧାର

ନୂଊଦିଲ୍ଲୀ . – ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ବାକ୍ସ ମଧ୍ୟରୁ ଜଣେ ମହିଳାଙ୍କର ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି । ଏହି ବାକ୍ସକୁ ଏକ ସାଇକେଲ୍‌ ଉପରେ ରଖାଯାଇଥିଲା । ଉତ୍ତରପଶ୍ଚିମ ଦିଲ୍ଲୀରେ ଥିବା ଜାହାଙ୍ଗୀରପୁରୀ ମେଟ୍ରୋ ଷ୍ଟେସନ ନିକଟରେ ପୁଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇ ପଠାଇଛି ।
ଉତ୍ତର ପଶ୍ଚିମଦିଲ୍ଲୀର ଆସିଷ୍ଟାଣ୍ଟ ଡେପୁଟୀ କମିଶନର ଅଫ୍‌ ପୁଲିସ୍‌ ଭୀଷ୍ମ ସିଂଙ୍କ ଅନୁସାରେ ଏହି ମହିଳାଙ୍କୁ ୨ ତିନ ଦିନ ଆଗରୁ ହତ୍ୟା କରାଯାଇଛି । ଶନିବାର ଅପରାହ୍ନରେ ଜଣେ ଶ୍ରମିକ ପୁଲିସକ କଲ୍‌ କରି ଏ ବିଷୟରେ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାକ୍ସକୁ ଖୋଲି ଥିଲା । ସେଥିରୁ ମହିଳାଙ୍କର ମୃତଦେହ ବାହାରିଥିଲା ।

ପୁଲିସ ଘଟଣାସ୍ଥଳରେ ଲାଗିଥିବା ବିଭିନ୍ନ ସିସିଟିଭର ଭିଡିଓକୁ ଯାଞ୍ଚ କରୁଛି । ଏହି ସାଇକେଲକୁ କିଏ କେଉଁଠାରୁ ଆଣିଛି ପୁଲିସ ସେ ବିଷୟରେ ଯାଞ୍ଚ କରୁଛି ।

Comments are closed.