ପୋଖରୀରେ ବୁଡି ୨ ନାବାଳକଙ୍କର ମୃତ୍ୟୁ

0

ବେଗୁନିଆପଡ଼ା: ବ୍ଳକ ଫାଶୀ ପଞ୍ଚାୟତରେ ଏକ ଅଘଟଣ ଘଟିଯାଇଛି। ପୋଖରୀକୁ ଗାଧୋଇବାକୁ ଯାଇ ଫାଶୀ ଗାଁର ଭବାନୀ ଶଙ୍କର ସାହୁଙ୍କ ପୁଅ ଅବିନାଶ (୧୩)ଏବଂ ତାଙ୍କ ଭଣଜା ସଗ୍ନିଧ ମହାପାତ୍ର (୧୪) ବୁଡିଯାଇ  ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇ କୋଦଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply