ବାତ୍ୟା ଫନୀରେ ଉପକୂଳ ଶକ୍ତି ଓ ଯୋଗାଯୋଗ କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫନୀ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକର ଶକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ କ୍ଷତି ଘଟିଛି। ପ୍ରଶାସନ ସହ ବେସରକାରୀ ସଂସ୍ଥା ଓ ଅନ୍ୟ ସୂତ୍ରରୁ ସହଯୋଗ ସତ୍ୱେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଶକ୍ତି ଓ ଯୋଗାଯୋଗ ପୁନଃସ୍ଥାପିତ କରିବା ଲକ୍ଷ୍ୟ ସହଜସାଧ୍ୟ ହୋଇ ପାରୁନାହିଁ। ପୁରୀ, ଖୋର୍ଦ୍ଧା ବ୍ୟତୀତ ଅନ୍ୟ ପ୍ରଭାବିତ ଜିଲ୍ଲାଗୁଡିକରେ ଶକ୍ତି ଓ ଯୋଗାଯୋଗ ଭିତ୍ତିଭୂମି ସମ୍ପୂର୍ଣ ଦୋହଲି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଫନୀରେ ୫ଟି ୪୦୦ କିଲୋଭୋଲ୍ଟ ଟାୱାର, ୨୭ଟି ୨୨୦ କିଲୋଭୋଲ୍ଟ ଟାୱାର ଏବଂ ୨୧ଟି ୧୩୦ କିଲୋଭୋଲ୍ଟ ଟାୱାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚନ୍ଦକା, ବିଡାନାସୀ, ସମାଗର ଓ ମେଣ୍ଢାଶାଳରେ ଥିବା ୨୨୦ କିଲୋଭୋଲ୍ଟ ଗ୍ରୀଡ଼ ଷ୍ଟେସନ ଏବଂ ପୁରୀ, ନିମାପଡା, ମଞ୍ଚେଶ୍ୱର ଓ ରଣସିଂହପୁରରେ ଥିବା ୧୩୨ କିଲୋଭୋଲ୍ଟ ଗ୍ରୀଡ଼ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି।

Comments are closed.