ବାତ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

0

ଭୁବନେଶ୍ୱର : ବାତ୍ୟା ଆଶଙ୍କା କରି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସହିତ ଏହାର ମୁକାବିଲା ପାଇଁ ନିର୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଜୀବନ ନଷ୍ଟ ନ ହୁଏ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନେବା ଏବଂ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣର ରିଲିଫ ସାମଗ୍ରୀ ବ୍ୟବସ୍ଥା କରିବାକୁ ସେ ନିର୍ଦେଶ ଦେଇଛନ୍ତି।
ବାତ୍ୟା ପରେ ସଡ଼କ ନଷ୍ଟ ହେବା ସହିତ ବିଜୁଳି ସରବରାହ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଇଞ୍ଜିନିୟରିଙ୍ଗ ବିଭାଗ ଆଗୁଆ ପଦକ୍ଷେପ ନେଇ ତୁରନ୍ତ ମରାମତି କରି ସମସ୍ତ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବିଶେଷ କରି ହସ୍ପିଟାଲ ଓ ଜଳଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply