ସାମୁଦ୍ରିକ ଝଡ ‘ବୁଲବୁଲ’ର ମୁକାବିଲା ପାଇଁ ପ୍ରସ୍ତୁତ ବୈଠକ

ଯାଜପୁର: ସାମୁଦ୍ରିକ ଝଡ ‘ବୁଲବୁଲ’ର ପ୍ରଭାବରେ ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଓ ପବନ ଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ଜିଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଆଜି ଓ ଆସନ୍ତାକାଲି ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ କୌଣସି କର୍ମଚାରୀ ହେଡ କ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ପବନ ଜନିତ କ୍ଷୟକ୍ଷତିର ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ରିଲିପ କମିଶନରଙ୍କ ପକ୍ଷରୁ ଜିଲାକୁ ଏନଡିଆରଏଫ ଟିମ୍ ଯୋଗାଇ ଦିଆଯାଇଛି । ଏନଡିଆରଏଫ ଅଧିକାରୀଙ୍କ ସହିତ ଭାରପ୍ରାପ୍ତ ଜିଲାପାଳ ଆଲୋଚନା କରି କିଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରାଯିବ ସେ ନେଇ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ। ସେପଟେ ଅଧିକ ବର୍ଷା ଏବଂ ପବନ ହେଲେ ଧାନ ପଂସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

Comments are closed.