ଅଷ୍ଟ୍ରେଲିଆର ଉତ୍ତର ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଆନ୍‌

ସିଡ୍‌ନୀ .- ଅଷ୍ଟ୍ରେଲିଆର ଉତ୍ତର ଦିଗରେ କୋରାଲ ସାଗର ମଧ୍ୟରେ ବାତ୍ୟା ଆନ୍‌ ସୃଷ୍ଟି ହୋଇଛି । ଏହି ବାତ୍ୟା ସମୁଦ୍ର ମଧ୍ୟରେ ଅଧିକ ଶକ୍ତିଶାଳୀ ହେବା ସହ କ୍ୱିଇନସ୍‌ଲ୍ୟାଣ୍ଡ ଆଡକୁ ଗତି କରୁଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆନ୍‌ ସ୍ଥଳଭାଗକୁ ଅତିକ୍ରମ କରିବ । ବାତ୍ୟା ଆନ୍‌କୁ ପ୍ରଥମ ଶ୍ରେଣୀର ବାତ୍ୟା ଭାବରେ ଗ୍ରହଣ କରାଯାଉଛି। ଆନ୍‌ର ପ୍ରଭାବରେ କ୍ୱିଇନସ୍‌ଲ୍ୟାଣ୍ଡ ଉପକୂଳରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବ  ବୋଲି ପୂର୍ବାନୁମା କରାଯାଉଛି ।

ବୁଧବାର ସକାଳେ ଏହା ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଆନ୍‌ ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ଯୋଗୁଁ ଲକହର୍ଟ ନଦୀରେ ବନ୍ୟା ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ସ୍ଥଳଭାଗ ଅତିକ୍ରମ କରିବା ପରେ ଏହା ଦୁର୍ବଳ ହେବା ସହ ଲଘୁଚାପରେ ପରିଣତ ହେବ । ବାତ୍ୟା ଯୋଗୁଁ ଏହି ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.