ଟାଟାଏସି ଗାଡି ଧକ୍କାରେ ସାଇକେଲ ଚାଳକ ଗୁରୁତର

0

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ପେଟ୍ରୋଲ ଟାଙ୍କି ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଟାଟାଏସି ଗାଡି ଧକ୍କାରେ ଜଣେ ସାଇକେଲ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ନାମ ସୁଶାନ୍ତ ପୃଷ୍ଟି(୩୩) ହୋଇଥିବା ବେଳେ ସେ ତେଇସିପୁର ବଜାର କଲୋନୀ ଅଞ୍ଚଳର । ସେ  ପେଷାରେ ଜଣେ ବୁଲାବିକାଳି ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱରରୁ ଚନ୍ଦନପୁର ଅଭିମୁଖେ ବିଦେଶୀମଦ ବୋଝେଇ ଏକ ଟାଟାଏସି ଗାଡି ଯାଉଥିବା ବେଳେ ତେଇସିପୁର ପେଟ୍ରୋଲଟାଙ୍କି ନିକଟରେ ସମ୍ମୁଖରେ ଯାଉଥିବା ସାଇକେଲ ଚାଳକ ସୁଶାନ୍ତଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ସୁଶାନ୍ତ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‍ରେ ଭର୍ତ୍ତି କରିଥିବା ବେଳେ ସାତଶଙ୍ଖ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Leave A Reply