ସାଇବର ବିଶେଷଜ୍ଞଙ୍କ ଅଭିଯୋଗ; ଇଭିଏମ୍ ହ୍ୟାକ କରି ୨୦୧୪ ନିର୍ବାଚନରେ ଜିତିଥିଲା ବିଜେପି

0

ଲଣ୍ଡନ : ୨୦୧୪ ଲୋକସଭା ନିର୍ବାଚନରେ ଇଲେ​‌େ​‌କ୍ଟ୍ରାନିକ ଭୋଟିଂ ମେସିନ (ଇଭିଏମ୍) ହ୍ୟାକ କରାଯାଇଥିଲା। ଇଭିଏମ୍ ହ୍ୟାକ୍ କରି ବିଜେପି ଏହି ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା ବୋଲି ଆମେରିକାସ୍ଥିତ ଜଣେ ଭାରତୀୟ ସାଇବର ବିଶେଷଜ୍ଞ ଅଭିଯୋଗ କରିଛନ୍ତି। ସୟଦ ସୁଜା ନାମକ ଏହି ବ୍ୟକ୍ତି ଜଣଙ୍କ ସୋମବାର ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି। ଭାରତରେ ବ୍ୟବହୃତ ହେଉଥିବା ଇଭିଏମ୍ ତିଆରିରେ ଏହି ବ୍ୟକ୍ତି ଜଣଙ୍କ ଜଡିତ ଥିବା ଦାବି କରିଛନ୍ତି। ସୁଜା ଅଭିଯୋଗ କରିଛନ୍ତି ଯେ ଇଭିଏମକୁ କିପରି ହ୍ୟାକ କରାଯିବ ତାର ଉପାୟ ଭାରତର ଅନେକ ରାଜନୈତିକ ଦଳଙ୍କୁ ଜଣା ଅଛି। ୨୦୧୪ ନିର୍ବାଚନରେ ବିଜେପିକୁ ଇଭିଏମ୍ ହ୍ୟାକ୍‌ କରିବାରେ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ସହଯୋଗ କରିଥିଲା। କମ୍ ଫ୍ରି​‌େ​‌କ୍ବନ୍ସି ସିଗନାଲ ଯୋଗୁଁ ଇଭିଏମ୍ ହ୍ୟାକ କରାଯାଇଥିଲା। ସେ କହିଛନ୍ତି ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପି ପରାଜୟର କାରଣ ହେଉଛି ବିଜେପିର ଇଭିଏମ୍ ହ୍ୟାକ୍ ଉପରେ ତାଙ୍କ ଟିମ୍ ନଜର ରଖିଥିଲା। ଭାରତରେ ଇଭିଏମ୍ ତିଆରି କରୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ଇଲେ‌େକ୍ଟ୍ରାନିକ୍ସ କର୍ପୋରେସନ ଅଫ ଇଣ୍ଡିଆ (ଇସିଆଇଏଲ)ର ସେ ଜଣେ ସଦସ୍ୟ ଥିଲେ ବୋଲି ସୁଜା କହିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ଇସିଆଇଏଲ୍‌ରେ କାର୍ଯ୍ୟ କରିଥିଲେ। ଇଭିଏମ୍‌କୁ ହ୍ୟାକ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ସେ ଓ ତାଙ୍କ ଟିମ୍‌କୁ କୁହାଯାଇଥିଲା। ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଭିଏମ୍ ହ୍ୟାକ କରାଯାଇଥିଲା। ସାଇବର ବିଶେଷଜ୍ଞ ଜଣଙ୍କ କହିଛନ୍ତି ଯେ ମିଲିଟାରୀ ଗ୍ରେଡ ଫ୍ରି​‌େ​‌କ୍ବନ୍ସିକୁ ଟ୍ରାନ୍ସମିଟ୍ କରୁଥିବା ମଡୁଲାରକୁ ବ୍ୟବହାର କରି ବିଜେପି ଇଭିଏମ୍ ହ୍ୟାକ କରିଥିଲା। ୨୦୧୪ରେ ବିଜେପିର ଇଭିଏମ୍ ହ୍ୟାକ ବାବଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପୀନାଥ ମୁଣ୍ଡେ ଅବଗତ ଥିଲେ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା। ବିଜେପି ନିର୍ବାଚନର ବିଜୟୀ ହେବାର କିଛି ସପ୍ତାହ ପରେ ଗୋପୀନାଥ ମୁଣ୍ଡେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏନଆଇଏ ଅଫିସର ତାଞ୍ଜିଲ ଅହମ୍ମଦ ଏହି ଦୁର୍ଘଟଣାର ତଦନ୍ତ କରୁଥିଲେ। ତଦନ୍ତରୁ ତାଞ୍ଜିଲ ଜାଣିଥିଲେ ଯେ ମୁଣ୍ଡେଙ୍କୁ ହତ୍ୟା କରାଯାଇଥିଲା। ଏ ନେଇ ସେ ମାମଲା ରୁଜୁ କରିବାକୁ ଯାଉଥିବାବେଳେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଟ୍ରାନ୍ସମିଶନକୁ ଇଣ୍ଟରସେପ୍ଟ କରିବାରେ ସେମାନେ ସଫଳ ହୋଇଥିଲେ। ଯଦ୍ଦ୍ବାରା ଆମ୍ ଆଦମୀ ପାର୍ଟି (ଆପ୍) ୭୦ରୁ ୬୭ ଆସନରେ ବିଜୟୀ ହୋଇଥିଲା। ଅନ୍ୟଥା ବିଜେପି ଏଠାରେ ବିଜୟୀ ହୋଇଥାନ୍ତା।

ଆମେରିକାରେ ରାଜନୈତିକ ଶରଣାର୍ଥୀ ଭାବେ ରହୁଥିବା ସୁଜା ସ୍କାଏପେ ମାଧ୍ୟମରେ ଲଣ୍ଡନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଉଠାଇଛନ୍ତି। ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସ୍ (ୟୁରୋପ) ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଓ ଅନ୍ୟ ରାଜନୈତିକ ଦଳଗୁଡିକୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସିବଲ ଏକାକୀ ଏଠାରେ ଯୋଗ ଦେଇଥ​‌ିଲେ ବୋଲି ସେ କହିଛନ୍ତି।

ସୁଜା କହିଛନ୍ତି ଯେ ବିଜେପି ବ୍ୟତୀତ ସମାଜବାଦୀ ପାର୍ଟି (ଏସପି), ବହୁଜନ ସମାଜ ପାର୍ଟି (ବିଏସପି), ଆମ ଆଦମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟ ଇଭିଏମ୍ ହ୍ୟାକ କରି ନିର୍ବାଚନ ବିଜୟୀ ହେବା କାର୍ଯ୍ୟରେ ସମ୍ପୃକ୍ତ। ସୁଜା କହିଛନ୍ତି ଯେ ତାଙ୍କ ଟିମ୍‌ର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ମାତ୍ର ଏଥିରୁ ସେ ବର୍ତ୍ତି ଯାଇଥିଲେ।

ତେବେ ଇଭିଏମ୍‌କୁ କିପରି ହ୍ୟାକ କରାଯାଏ ସେ ବାବଦରେ ସୟଦ ସବିଶେଷ କିଛି କହିନାହାନ୍ତି। ସୟଦଙ୍କ ଏପରି ଅଭିଯୋଗକୁ ଭାରତର ନିର୍ବାଚନ ଆୟୋଗ (ଇସି) ଖଣ୍ଡନ କରିଛନ୍ତି। ଇସି କହିଛନ୍ତି ଯେ ଭାରତରେ ବ୍ୟବହୃତ ଇଭିଏମ୍ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହିସବୁ ଇଭିଏମ୍‌କୁ ଭାରତ ଇଲେ‌େ​କ୍ଟ୍ରାନିକ୍ସ ଓ ଇଲେ‌େକ୍ଟ୍ରାନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ଅତ୍ୟନ୍ତ ସୁରକ୍ଷିତ ଓ ଇସିଙ୍କ ତତ୍ତ୍ବାବଧାନରେ କରାଯାଇଥାଏ। ତେଣୁ ୨୦୧୪ ନିର୍ବାଚନରେ ଇଭିଏମ୍ ହ୍ୟାକ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସୟଦ ସୁଜାଙ୍କ ଅଭିଯୋଗକୁ ଇସି ଖଣ୍ଡନ କରିବା ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଚାର କରୁଛି। ସୟଦ ସୁଜା ଜଣେ ଭାରତୀୟ ସାଇବର ବିଶେଷଜ୍ଞ। ସୟଦଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡିକ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ କରିବେ। ସେ କହିଛନ୍ତି ଯେ ଆମର ଗଣତନ୍ତ୍ର ସୁରକ୍ଷିତ ରହିବା ଦରକାର। ପ୍ରତ୍ୟେକ ଭୋଟ ଆମ ପାଇଁ ମୂଲ୍ୟବାନ। ଶନିବାର ୟୁନାଇଟେଡ ଇଣ୍ଡିଆ ରାଲିରେ ବିରୋଧୀ ଦଳଗୁଡିକ ଇଭିଏମ୍ ପ୍ରସଙ୍ଗରେ ଚର୍ଚ୍ଚା କରିଥିଲେ। ସୟଦଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଯେ ‘ଏହି ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ପ୍ରାୟୋଜିତ ଏକ ହରର ସୋ’। ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ନିଜର ପରାଜୟ ଜାଣିପାରି ଲୋକଙ୍କ ଠାରୁ କ୍ଷମା ପାଇବା ଲାଗି ଏପରି ଯୋଜନା କରିଛି।’ ସାମ୍ବାଦିକ ସମ୍ମିଳନୀରେ କପିଲ ସିବଲଙ୍କ ଉପସ୍ଥିତି କଂଗ୍ରେସର ପ୍ରାୟୋଜିତ କାର୍ଯ୍ୟକୁ ପ୍ରତିପାଦିତ କରୁଛି।

Leave A Reply