କ୍ରିକେଟ ବିଶ୍ବକପ : ୭୧ ରନରେ ଭାରତର ଅଧା ଖେଳାଳି ଆଉଟ୍

ମାଞ୍ଚେଷ୍ଟର : ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ ରହିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ବୁଧବାର ଆରମ୍ଭ ହୋଇଛି । ଗତକାଲି ୪୬.୧ଓଭରରୁ ମ୍ୟାଚ୍ ବର୍ଷାଯୋଗୁଁ ସମ୍ପୂର୍ଣ୍ଣ ହୋଇପାରିନଥିଲା। ବୁଧବାର ଅବଶିଷ୍ଟ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି । ନ୍ୟୁଜିଲାଣ୍ଡର ୨୪୧ରନର ବିଜୟ ଲକ୍ଷ୍ୟକୁ ପିଛା କରି ୭୧ରନରେ ଭାରତର ଅଧା ଖେଳାଳି ଆଉଟ ହୋଇ ପାଭିଲିୟନକୁ ଚାଲିଯାଇଛନ୍ତି। ମ୍ୟାଚ ପ୍ରାରମ୍ଭରୁ ଭାରତର ବ୍ୟାଟିଂ ବପର୍ୟ୍ୟୟ ହୋଇଛି। ଭାରତର ଓପନିଂ ଯୋଡି ରୋହିତ ଶର୍ମା ଓ କେଏଲ ରାହୁଲ ଉଭୟ ମାତ୍ର ୧ ରନରେ ଆଉଟ ହୋଇଯାଇଛନ୍ତି । ତାଙ୍କ ପରେ ଆସିଥିବା ଅଧିନାୟକ ବିରାଟ କୋହଲି ମଧ୍ୟ ୧ ରନରେ ଆଉଟ ହୋଇଯାଇଛନ୍ତି । ଏହା ପରେ ଭାରତର ଲଗାତାର ୱିକେଟର ପତନ ଘଟିଛି। ୨୫.୩ଓଭର ସୁଦ୍ଧା ଭାରତ ୭୯ରନରେ ୫ଟି ୱିକେଟ ହରାଇଛନ୍ତି।

Comments are closed.