କ୍ରିକେଟ ବିଶ୍ବକପ୍ : ଆଫଗାନିସ୍ତାନ ପାଇଁ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍

ଲିଡସ : କ୍ରିକେଟ ବିଶ୍ବକପ ୨୦୧୯ର ୪୨ ତମ ମ୍ୟାଚ୍ ଗୁରୁବାର ଲିଡସର ହେଡିଙ୍ଗଲେ ଗ୍ରାଉଣ୍ଡଠାରେ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହୋଲଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୧୧ ରନ ସଂଗ୍ରହ କରିଛି। ଇଣ୍ଡିଜ ପକ୍ଷରୁ ହୋପ ସର୍ବାଧିକ ୭୭ ରନ କରିଛନ୍ତି। ହୋପ୍ ୯୨ ଟି ବଲରୁ ୨ ଟି ଛକା ଓ ୬ଟି ଚୌକା ସହାୟତାରେ ୭୭ ରନ କରିଛନ୍ତି।

Comments are closed.