କ୍ରିକେଟ ବିଶ୍ବକପ : ଇମାମଙ୍କ ଶତକ, ବାଂଲାଦେଶ ପାଇଁ ୩୧୬ ରନର ବିଜୟ ଲକ୍ଷ୍ୟ

ଲଣ୍ଡନ : କ୍ରିକେଟ ବିଶ୍ବକପ ୨୦୧୯ର ୪୩ ତମ ମ୍ୟାଚ୍ ଶୁକ୍ରବାର ଲିଡସରରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ସରଫରାଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ଇମାମଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୧୫ରନ୍ ସଂଗ୍ରହ କରିଛି। ଇମାମ୍ ୧୦୦ ଟି ବଲରୁ ୭ ଟି ଚୌକା ସହାୟତାରେ ୧୦୦ ରନ କରିଛନ୍ତି।

ଇମାମଙ୍କ ବ୍ୟତୀତ ବାବର ଆଜମ ୯୮ଟି ବଲ ଖେଳି ୧୧ ଟି ଚୌକା ସହାୟତାରେ ୯୬ ରନ, ଇମାଦ୍ ୱାସିମ ୨୬ ବଲରୁ ଗୋଟିଏ ଛକା ଏବଂ ୬ ଟି ଚୌକା ସହାୟତାରେ ଦ୍ରୁତ ୪୬ ରନ କରିଛନ୍ତି। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ୍ ସର୍ବାଧିକ ୫ଟି ୱିାକେଟ ନେଇଛନ୍ତି।

ପାକିସ୍ତାନ ଏପର୍ଯ୍ୟନ୍ତ ୯ ପଏଣ୍ଟ ପାଇଥିବାବେଳେ ନ୍ୟୁଜିଲାଣ୍ଡ ମଧ୍ୟ ୯ ପଏଣ୍ଟ ପାଇଛି । କିନ୍ତୁ ନ୍ୟୁଜିଲାଣ୍ଡର ରନ ରେଟ + ୦.୧୭୫ ଥିବାବେଳେ ପାକିସ୍ତାନର ରନ ରେଟ –୦.୭୯୨ ରହିଛି ।

Comments are closed.