କ୍ରିକେଟ ବିଶ୍ବକପ : ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍ , ୪୬.୧ ଓଭରରେ ନ୍ୟୁଜିଲାଣ୍ଡ ୨୧୧/୫

ମଞ୍ଚେଷ୍ଟର : କ୍ରିକେଟ ବିଶ୍ଵକପ୍ ୨୦୧୯ର ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଚେଷ୍ଟରସ୍ଥିତ ଓଲଡ୍ ଟ୍ରାଫେଡରେ ଜାରି ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଟକିଛି। ବର୍ଷା ହେବାବେଳକୁ ନ୍ୟୁଜିଲାଣ୍ଡ ଦଳ ୪୬.୧ଓଭରରେ ୫ଟି ଓ୍ଵିକେଟ ହରାଇ ୨୧୧ ରନ୍ ସଂଗ୍ରହ କରିଛି।

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌  ଓ ରସ୍‌ ଟେଲର (୬୭ ରନ୍‌ରେ ବ୍ୟାଟିଂ ଜାରି)ଙ୍କ ଅର୍ଦ୍ଧଶତକ ବଳରେ ଦଳ ୪୬.୧ଓଭରରେ ୫ଟି ଓ୍ଵିକେଟ ହରାଇ ୨୧୧ ରନ୍‌ କରିଛି।

Comments are closed.