କ୍ରିକେଟ ବିଶ୍ଵକପ୍ -୨୦୧୯ : ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍

ଲର୍ଡସ : ବିଶ୍ଵକପ୍ ଫାଇନାଲ-୨୦୧୯ରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ପାଇଁ ୨୪୨ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୪୧ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ନିକୋଲସ ସର୍ବାଧିକ ୫୫ ରନ କରିଥିବା ବେଳେ ଲାଥାମ ୪୭ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ୱାକ୍ସ ଏବଂ ପ୍ଲୁଙ୍କେଟ ୩ ଟି ଲେଖାଁଏ ୱିକେଟ ହାସଲ କରିଛନ୍ତି।

Comments are closed.