ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣା, ଗୁଜରାଟରୁ ଅଭିଯୁକ୍ତ ଗିରଫ

କଟକ : ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଗୁଜରାଟରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଭଡ଼ାଘରେ ରହି ମିସ୍ତ୍ରି କାମ କରୁଥିଲା। ନିର୍ବାଚନ ସମୟରେ ସେ ଅନୁଭବଙ୍କୁ ହତ୍ୟା ଧମକ ଦେବା ସହ ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲା। ଏନେଇ ଅନୁଭବ ଗତ ଏପ୍ରିଲ ୩୦ରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Comments are closed.