ଖ୍ରୀଷ୍ଟ କଲେଜରେ କ୍ରୀସମାସ୍ କ୍ୟାରୋଲ ଉତ୍ସବ

କଟକ: ଐତିହ୍ୟପୂର୍ଣ୍ଣ ଖ୍ରୀଷ୍ଟ କଲେଜରେ ପ୍ରଭୁ ଯୀଶୁଙ୍କ ପବିତ୍ର ଜନ୍ମଉତ୍ସବ ଉପଲକ୍ଷେ କ୍ରୀସମାସ୍ କ୍ୟାରେଲ ଉତ୍ସବ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ଏନ୍.ସି.ସି ଆର୍ମ ଓ ନାଭାଲର କ୍ୟାଡେଟମାନଙ୍କ ଦ୍ବାରା ଅତିଥିମାନଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। କଲେଜ ପରିଚାଳନା ସମିତିର ସଂପାଦକ ବିକାଶଚନ୍ଦ୍ର ରାଉତ ଉଦଘାଟନୀ ପାର୍ଥନା କରିଥିଲେ। କଲେଜର ଅଧ୍ୟକ୍ଷ ଡଃ ସିଦ୍ଧାର୍ଥ କୁମାର ସାହୁ ସ୍ବାଗତ ଭାଷଣରେ କହିଲେ ଯେ ଖ୍ରୀଷ୍ଟ କଲେଜର ପରମ୍ପରାରେ କ୍ୟାରେଲ ଉତ୍ସବ ଶାନ୍ତି ଓ ସଂହତିର ବାର୍ତ୍ତା ପ୍ରଦାନ କରୁଛି। କଏର ଗ୍ରୁପ ଦ୍ବାରା କ୍ୟାରେଲ ଭକ୍ତି ସଙ୍ଗୀତ ପରିବେଷଣ ହେବାପରେ ମୁଖ୍ୟଅତିଥି କଟକ ଓଡିଶା ବାପଟିଷ୍ଟ ଚର୍ଚର ସଭାପତି ଶ୍ରୀଯୁକ୍ତ ଲାଲମୋହନ ରାଉଳ କଟକ ସହରର ଭାଇଚାରା ସଂସ୍କୃତିରେ କ୍ୟାରେଲ ଉତ୍ସବ ଓ ଖ୍ରୀଷ୍ଟ କଲେଜର ଅବଦାନ ସଂପର୍କରେ ବର୍ଣ୍ଣନା କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଡିସିପି ଅଖିଳେଶ୍ବର ସଂ,କଟକ ପୌର ନିଗମର କମିଶନର ଅନନ୍ୟା ଦାସ ପ୍ରମୁଖ ଯୋଗଦେଇ କ୍ରୀସମାସ୍ କ୍ୟାରୋଲର ମହତ୍ତ୍ବ ବର୍ଣ୍ଣନା କରିବା ସହ ସମାଜରେ ଶାନ୍ତି,ମୈତ୍ରୀ ଓ ପ୍ରେମର ବାର୍ତ୍ତା ପ୍ରଚାର କରିବାପାଇଁ ଆହ୍ୱାନ ଦେଇଥିଲେ।

Comments are closed.