ସନ୍ଧ୍ୟା ୮ଟା – କଟକ ବାଲିଯାତ୍ରା ଗାଡି ପାର୍କିଙ୍ଗ ଓ ଭିଡ ଅପଡେଟ

ଦୁଇ ଚକିଆ ଯାନ

(ରଖିପାରିବେ) – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, ଦୟାଶ୍ରାମ ସାମ୍ନା, ଭୂଆସୁଣୀ ପଡିଆ, ଗୋରା କବର ପଡିଆ, କେମ୍ବ୍ବ୍ରିଜ ସ୍କୁଲ ପଡିଆ, ସେଣ୍ଟ ଜୋସେଫ ସ୍କୁଲ ପଡିଆ, ଏବଂ ବକଲି ବାଳିକା ବିଦ୍ୟାଳୟ ପଡିଆରେ ଦୁଇ ଚକିଆ ଯାନ ରଖି ପାରିବେ।

(ରଖିପାରିବେ ନାହିଁ) – କାର୍ତ୍ତିକେଶ୍ୱର ଗଡା ପୂର୍ବ ଏବଂ ପଶ୍ଚିମ ପଟ ପାର୍କିଙ୍ଗ ସ୍ଥଳ ପୂର୍ଣ୍ଣ ହୋଇଥିବାରୁ ଦୁଇ ଚକିଆ ଯାନ ରଖି ପାରିବେ ନାହିଁ।

ଚାରି ଚକିଆ ଯାନ

(ରଖିପାରିବେ) – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, ଭୂଆସୁଣୀ ପଡିଆ, ହାଡ଼ିଆ ପଠା, ବୋଷ ପଡିଆ ଓ ଭୂଆସୁଣୀ ପଡିଆ ବାମ ପାର୍ଶ୍ୱରେ ଦୁଇ ଚକିଆ ଯାନ ରଖିପାରିବେ।

(ରଖିପାରିବେ ନାହିଁ) – ଖ୍ରୀଷ୍ଟିଆନ ପଡିଆରେ ଚାରିଚକିଆ ଯାନ ରଖିହେବ ନାହିଁ।

ରାସ୍ତା
ଜୋବ୍ରାରୁ ମାତା ମଠ, ମାତା ମଠରୁ ବାଲିଯାତ୍ରା ପଡିଆ, ଗୋରା କବରରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ଚହଟା ଘାଟରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ସତୀ ଚଉରାରୁ ଚହଟା ଘାଟ, ବେଲ ଭ୍ୟୁ ଛକରୁ ଚହଟା ଘାଟ, ଭୂଆସୁଣୀରୁ ଚହଟା ଘାଟ, ବକ୍ସି ବଜାର ସମାଜ ଅଫିସରୁ ଏନସିସି ଅଫିସ ଏବଂ ଚଣ୍ଡୀମନ୍ଦିର ଛକରେ ଭିଡ ନିୟନ୍ତ୍ରଣରେ ଅଛି। ଏହି ସବୁ ରାସ୍ତା ଦେଇ ବାଲିଯାତ୍ରା ପଡିଆକୁ ଯାଇହେବ।

ସତର୍କତା
– ମୋବାଇଲ, ଅଳଙ୍କାର ଓ ପର୍ସ ଧ୍ୟାନରେ ରଖନ୍ତୁ
– ଧାଡିରେ ଯିବା ଆସିବା କରନ୍ତୁ
– ଛୋଟ ପିଲାଙ୍କ ହାତ ଧରି ନିଅନ୍ତୁ ଓ ସେମାନଙ୍କୁ ଆପଣଙ୍କ ଆଗରେ ଯିବାକୁ ଦିଅନ୍ତୁ
– ବୟସ୍କ ବ୍ୟକ୍ତିମାନଙ୍କୁ ସହଜରେ ଯିବା ପାଇଁ ସାହାଯ୍ୟ କରନ୍ତୁ
– ଦରକାର ପଡିଲେ ସେଠାରେ ଥିବା ପୁଲିସ, ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ନିଅନ୍ତୁ
– ମୁହଁରେ କପଡା ବାନ୍ଧି ଯାଆନ୍ତୁ
– ଅଣନିଶ୍ୱାସୀ ଲାଗିଲେ ତୁରନ୍ତ ବାଲିଯାତ୍ରା ପଡିଆ ପଛ କିମ୍ୱା ମୁକ୍ତ ସ୍ଥାନକୁ ଚାଲି ଯାଆନ୍ତୁ

Comments are closed.