ବିଦ୍ୟୁତ ଆଘାତରେ ଯୁବତୀ ମୃତ

0

ଗୋପ: ଶନିବାର ସକାଳ ୮ ଟା ରେ ଗୋପ ଥାନା ଅନ୍ତର୍ଗତ କୁଣ୍ଡିଷ ଗ୍ରାମର ଦୈତାରି ଦାଶଙ୍କ ଝିଅ ସୁଭଦ୍ରା ଦାଶ  (୨୦) ନାମକ ଜଣେ ଯୁବତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ପ୍ରକାଶ ଯେ ସକାଳେ ଯୁବତୀ ଜଣଙ୍କ ନିଜଘର କାମ କରୁଥିବା ବେଳେ ଏକ ଚାଳଘର ଖୁଣ୍ଟିକୁ ଧରି ପକାଇଥିଲେ ।ମାତ୍ର ଏହି ଚାଳ ନିକଟ ଦେଇ ବିଦ୍ୟୁତ୍ ତାର ଯାଇଥିବା ବେଳେ ସେହି ଖୁଣ୍ଟରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା । ଯୁବତୀ ଜଣକ ବାମ ହାତରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାରୁ ଘଟଣା ସ୍ଥଳରେ ସଂଜ୍ଞାହୀନ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି   ଗୋପ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୋପ ପୁଲିସ ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ କହିଛନ୍ତି ।

Leave A Reply