ବିଦ୍ୟୁତ ସଂସ୍ପର୍ଶରେ ଆସି ହାଇୱା ହେଲପର ମୃତ, ଡ୍ରାଇଭର ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ହାବେଳି ସାହିରେ ବିଦ୍ୟତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହାଇୱା ହେଲପର ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ଉଭୟଙ୍କ ଘର ସିମୁଳିଆ ଥାନା ଅଞ୍ଚଳରେ ବୋଲି ଜଣାପଡିଛି। ଆହତ ଡ୍ରାଇଭର ବର୍ତ୍ତମାନ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଏକ ହାଇୱା ହାବେଳି ସାହିରେ ବାଲି ଅନଲୋଡ କରୁଥିବା ସମୟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଗାଡି ମଧ୍ୟରେ ଥିବା ହେଲପର ଓ ଡ୍ରାଇଭରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ହେଲପରଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.