ବିଦ୍ୟୁତ ଆଘାତରେ ଜଣେ ମୃତ

0

ଜୟପୁର: ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁରେଶ ହରିଜନ (୪୬)। ଜୟପୁର ବ୍ଲକ ବାମନିଗାଁରେ ଏପରି ଅଘଟଣ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା। ସୁରେଶଙ୍କ ସହ ପରିବାରର ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୁରେଶଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply