କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି

0

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସହରରେ ଗୁରୁବାର ଜିଲା ପ୍ରଶାସନ ତରଫରୁ କର୍ଫ୍ୟୁ ଜାରି କରାଯାଇଛି। ଗୋଷ୍ଠୀ ବିବାଦକୁ ନେଇ ସହରରେ ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ୮ ପର୍ୟ୍ୟନ୍ତ କେନ୍ଦ୍ରାପଡା ସହରରେ କର୍ଫ୍ୟୁ ବଳବତ୍ତର ରହିବ। ଏନେଇ ଉପ ଜିଲାପାଳ ସଞ୍ଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି। ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ୧୫ ପ୍ଲାଟୁନ ପୁଲିସ ମଧ୍ୟ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସଭା ଆୟୋଜନକୁ ନେଇ ବିବାଦ ଦେଖା ଦେଇଥିଲା। ଏହାସହ ପ୍ରବଳ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୁଲିସ ଛାଉଣୀ ହେବା ସହ ସହରରେ ପ୍ଲାଗ ମାର୍ଚ୍ଚ ହୋଇଥିଲା। ବିବାଦ ବଢିବା ଦୃଷ୍ଟିରୁ ସହରରେ ଗତକାଲି ରାତିରୁ ଆଜି ସକାଳ ଯାଏଁ ୧୪୪ ଧାରା ଜାରି କରାଯାଇଥିଲା।

ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ପ୍ରତିଷ୍ଠା କରି ପରିସ୍ଥିତିକୁ ଆୟତ କରିବାକୁ ଚେଷ୍ଟା କରାଯାଇଥିଲା। ଏହି ଘଟଣାରେ ଆଜି କେନ୍ଦ୍ରାପଡା ବନ୍ଦ ଡାକରା ମଧ୍ୟ ଦିଆ ଯାଇଥିଲା। ତେବେ ଆଜି ପୁଣି ଅଧିକ ଉତ୍ତେଜନା ସୃଷ୍ଟି ହେବାରୁ ପ୍ରଶାସନ ତରଫରୁ ଆସନ୍ତାକାଲି ସକାଳ ୮ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି।

Leave A Reply