ଦହି ମକା ପିଠା

ଆବଶ୍ୟକ ସାମଗ୍ରୀ
ମକା ମଞ୍ଜି – ୨କପ
ଅଦା – ଅଳ୍ପ
ରସୁଣ – ୨ରୁ ୩ ଟି
ଦହି – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୧ଟି
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
କଞ୍ଚାଲଙ୍କା – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମକାକୁ ଅଳ୍ପ ପେଷି ଦିଅନ୍ତୁ। ଏହା ପରେ ଏଥିରେ ଅଦା, ରସୁଣ, କଞ୍ଚାଲଙ୍କା ପକାଇ ପୁଣି ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ବାଟି ଥିବା ମକା ପେଷ୍ଟରେ ଦହି, କଟା ଧନିଆ ପତ୍ର, ଲୁଣ, କଟା ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ବସାଇ ଅଳ୍ପ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ପ୍ରସ୍ତୁତ ହୋଇଥିବା ମିଶ୍ରଣରୁ ପିଠା ଆକୃତିର କରି ତାୱାରେ ପକାନ୍ତୁ। ଏହାର ଦୁଇପଟକୁ ଭଲ ଭାବେ ପିଠାଭଳି ଓଲଟାଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ମକା ପିଠା। ଏହାକୁ ସସ କିମ୍ବା ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.