ଦହି ଆଚାର

ଆବଶ୍ୟକ ସାମଗ୍ରୀ
ଦହି – ୧ କିଲୋ
ସୋରିଷ – ୧୨ ଗ୍ରାମ
ଲୁଣ – ୩ ଗ୍ରାମ
ପେଷା ଭଜା ଜିରା – ୧.୫ ଗ୍ରାମ
ପେଷା ଅଦା – ୬ ଗ୍ରାମ
ହେଙ୍ଗୁ – ସାମାନ୍ୟ
ସୋରିଷ ତେଲ – ୬୦ ଗ୍ରାମ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହିକୁ ଏକ କପଡ଼ାରେ ବାନ୍ଧି ୩ ରୁ ୪ ଘଣ୍ଟା ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଦହିରେ ଥିବା ସମସ୍ତ ପାଣି ବାହାରିଯିବ। ଏବେ ସୋରିଷ ଦାନା, ଲୁଣ , ଅଳ୍ପ ପାଣି ମିଶାଇ ଭଲ ଭାବେ ପେଷି ୨ ଘଣ୍ଟା ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହି, ସୋରିଷ ବଟା , ଜିରା ଗୁଣ୍ଡ, ହେଙ୍ଗୁ, ଅଦା ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ସୋରିଷ ତେଲ ପକାଇ ପୁଣି ଭଲ ଭାବେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଆଚାର।

Comments are closed.