ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ଦହି

0

ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକତତ୍ତ୍ୱ ପେଟର ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ଅନ୍ୟାନ୍ୟ ରୋଗକୁ ମଧ୍ୟ ଶରୀର ଠାରୁ ଦୂରରେ ରଖିଥାଏ। କିଛି ଏପରି ଖାଦ୍ୟଦ୍ରବ୍ୟ ଅଛି ଯାହା ସହ ଦହି ମିଶାଇ ଖାଇଲେ ଏହା ବହୁ ଉପକାର ପ୍ରଦାନ କରିଥାଏ। ଜାଣନ୍ତୁ , କେଉଁ ଖାଦ୍ୟ ସହ ଦହି ମିଶାଇ ଖାଇଲେ ଏହା ଆମ ପାଇଁ ହିତକାରକ…….
ଦହି ଓ ଜୁଆଣି –
ଦହି ସହ ଜୁଆଣି ମିଶାଇ ଖାଇଲେ ଦାନ୍ତର ସମସ୍ତ ସମସ୍ୟା ଦୂର ହୋଇଥାଏ। ପାଟିରେ ତୁଣ୍ଡଘା ମଧ୍ୟ ହୋଇନଥାଏ।
ଦହି ଓ ଗୋଲମରିଚ –
ଦହି ସହ ଗୋଲମରିଚ ମିଶାଇ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାକୁ ଖାଇବା ଦ୍ୱାରା କେଶ ଉପୁଡ଼ିବା ବନ୍ଦ ହୋଇଥାଏ। ଏତଦ ବ୍ୟତୀତ ୩ ଚାମଚ ଦହିରେ ଏକ ଚାମଚ ଗୋଲମରିଚ ମିଶାଇ ଏହାକୁ ଲଗାଇଲେ , କେଶ ବହୁତ ସିଲ୍‍କି ମଧ୍ୟ ହୋଇଥାଏ।
ଦହି ଓ ଓଟସ୍‍ –
ଦହିରେ ବହୁତ ମାତ୍ରାରେ କ୍ୟାଲସିୟମ ରହିଥାଏ। ଯାହା ହାଡକୁ଼ ବହୁତ ଶକ୍ତ କରିବାରେ ସହାୟକ ହୋଇଥାଏ। ଦହି ସହ ଓଟସ୍‍କୁ ମିଶାଇ ଖାଇବା ଦ୍ୱାରା ହାଡକୁ଼ ଶକ୍ତ କରିବା ସହ ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ଦହି ଓ ଜିରା –
ଦହିରେ ଜିରା ମିଶାଇ ଖାଇଲେ ମୋଟାପଣ ଦୂର ହୋଇଥାଏ। ୫ ଗ୍ରାମ ଦହିରେ ଏକ ଚାମଚ ଜିରା ଗୁଣ୍ଡ ଖାଇଲେ ବହୁ ପରିମାଣରେ ମୋଟାପଣ ଦୂର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ମଧ୍ୟ ହୋଇଥାଏ।

Leave A Reply