କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଫଳ ପ୍ରକାଶିତ – ୨୩ ଲକ୍ଷରୁ ଯୋଗ୍ୟ ୩ ଲକ୍ଷ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଦେଶର ୧୦୯ଟି ସହରରେ ୨,୯୪୯ଟି କେନ୍ଦ୍ରରେ ଆୟୋଜିତ ପରୀକ୍ଷାରେ ୨୩ ଲକ୍ଷ ୭୭ ହଜାର ୩୧ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଫଳ ରେକର୍ଡ ୨୩ଦିନ ମଧ୍ୟରେ ଘୋଷଣା କରାଯାଇଛି।

ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୮୩୦ ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୬୫୮ ଜଣ ପ୍ରାର୍ଥୀ ପେପର-୧ ପ୍ରାଥମିକ ବିଦ୍ୟାଳୟ ଏବଂ ୧ ଲକ୍ଷ ୩୭ ହଜାର ୧୭୨ ଜଣ ପ୍ରାର୍ଥୀ ପେପର-୨(ଜୁନିଅର ହାଇସ୍କୁଲ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପରୀକ୍ଷା ଫଳ ସିଟିଇଟିର ୱେବସାଇଟ www.ctet.nic.in ଏବଂ ସିବିଏସଇର ୱେବସାଇଟ www.cbse.nic.inରେ ଉପଲବ୍ଧ ରହିଛି।

Comments are closed.