ମାଟିଆମଙ୍ଗଳା ସାହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ : କଟକ ଯୋବ୍ରାର ମାଟିଆମଙ୍ଗଳା ସାହିରେ​‌ ଜଣେ ଯୁବକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛି ବିଶ୍ବରଞ୍ଜନ ମହାନ୍ତି ଓରଫ୍ ହାପି। ମାଲଗୋଦାମ ପୁଲିସ ହାପିକୁ ଯୋବ୍ରାରୁ ଗିରଫ କରିଛି। ତା ନିକଟରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ ହୋଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ କଟକ ଯୋବ୍ରାର ମାଟିଆମଙ୍ଗଳା ସାହିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଥିଲେ। ଯୁବକଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ହୋଇଥିଲା। ତେବେ ସୋମବାର ଦିନ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା।

Comments are closed.