ବିନା କାରଣରେ କାନ୍ଦୁଛନ୍ତି କି? ଜାଣନ୍ତୁ କାରଣ କ’ଣ

0

ସାଧାରଣତଃ ଚଳଚ୍ଚିତ୍ର କୌଣସି ଦୁଖଃଭରା ଦୃଶ୍ୟ, ପିଆଜ କାଟିବା ସମୟରେ, କିମ୍ବା ପ୍ରିୟଜନଙ୍କ ଦୂର ହେବା ଦ୍ୱାରା ସମସ୍ତେ ଭାବବିହ୍ୱଳ ହୋଇଥାଆନ୍ତି। କିଛି ସମୟରେ ଦେଖାଯାଏ ଯେ, କୌଣସି କାରଣ ନ ଥାଇ ମଧ୍ୟ ଲୋକମାନଙ୍କ ଆଖିରୁ ଲୁହ ବାହାରିଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଏଭଳି ହୋଇଥାଏ, ଏହା ମନୁଷ୍ୟର ମାନସିକ ଓ ଶାରୀରିକ ସ୍ଥିତିକୁ ଦର୍ଶାଇଥାଏ। ତେବେ ଆସନ୍ତୁ ଜାଣିବା ଏଭଳି ହେବାର କାରଣ କ’ଣ?
ରାତି ଅନିଦ୍ରା- ଆପଣ ଭଲଭାବରେ ଶୋଇ ନ ଥିଲେ ସବୁବେଳେ ଅଳସୁଆ ଲାଗିଥାଏ। ଏହା ଦ୍ୱାରା ଆପଣ କାନ୍ଦିଥାଆନ୍ତି। ପେନିନସୁଲା ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ, ଦିନକୁ ୪ରୁ୫ ଘଣ୍ଟା ଶୋଇବା ଦରକାର। ନ ହେଲେ ଆଖିରୁ ପାଣି ବାହାରିବା ସହ ଅଳସୁଆ ଲାଗିଥାଏ।
ଚାପ- ଚାପଗ୍ରସ୍ତ ମଣିଷ ସବୁସମୟରେ ଦୁଖଃରେ ରହିଥାଆନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ମନରେ ଉଦବେଗ ଏବଂ ଚାପ ରହିବ ଦ୍ୱାରା ମଣିଷ କାନ୍ଦିଥାଏ। ଏହା ମନରେ ଭାବବେଗ ଆନ୍ଦୋଳିତ କରିଥାଏ। ଯାହାଦ୍ୱାରା ଆଖିରୁ ଲୁହ ବାହାରିଥାଏ।
ଶାରୀରିକ ପୀଡା- ଶାରୀରିକ ପୀଡା ହେବା ଦ୍ୱାରା ମଧ୍ୟ ମଣିଷ ଚିନ୍ତାରେ ରହି ଆଖିରୁ ଲୁହ ବାହାରି ଥାଏ। ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ, ମଧୁମେହ, ଭିଟାମିନ ଅଭାବ ଭଳି ରୋଗ ଦ୍ୱାରା ମନୁଷ୍ୟ ଚିନ୍ତାରେ ରହିଥାଏ।
ବିରକ୍ତିଭାବ- କୌଣସି କାର୍ଯ୍ୟକୁ ନେଇ ସବୁ ସମୟରେ ଚିନ୍ତାରେ ରହିଲେ ମନୁଷ୍ୟ ବିରକ୍ତି ମନୋଭାବ ପୋଷଣ କରିଥାଏ। ଏହି କାରଣରୁ ଆଖିରୁ ଲୁହ ବାହାରି ଥାଏ।

Leave A Reply