ବିଶ୍ୱର ଏକମାତ୍ର ନିରାମିଷାଶୀ କୁମ୍ଭୀର ‘ବିବିୟା’

0

ଥିରୁଅନନ୍ତପୁରମ : କେରଳର କାସାରାଗୋଡ଼ର ପ୍ରସିଦ୍ଧ ଅନନ୍ଥାପୁରା ହ୍ରଦ ମନ୍ଦିର ନିକଟରେ ବିଶ୍ୱର ଏକମାତ୍ର ନିରାମିଷାଶୀ ବା ଶାକାହାରୀ କୁମ୍ଭୀର ବାସ କରୁଛି । ଏହି କୁମ୍ଭୀର ଅନନ୍ଥାପୁରା ହ୍ରଦ ମଧ୍ୟରେ ରହି ମନ୍ଦିରର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛି ବୋଲି ସ୍ଥାନୀୟ ଲୋକେ କହନ୍ତି । କୁମ୍ଭୀରଟି ଦୀର୍ଘ ୭୦ ବର୍ଷ ହେବ ଅହୋରାତ୍ର ମନ୍ଦିରକୁ ଜଗି ରହିଛି ବୋଲି ସେଠାକାର ଲୋକେ ବିଶ୍ୱାସ କରନ୍ତି । କୁମ୍ଭୀରଟି ମନ୍ଦିର ବେଢା ନିକଟ ପାଣି କୂଳରେ ବାସ କରୁଛି । ଏହି କୁମ୍ଭୀରର ସବୁଠୁ ବଡ଼ ବିଶେଷତ୍ୱ ଯେ ସେ ସମ୍ପୂର୍ଣ୍ଣ ନିରାମିଷାଶୀ ଅଟେ । କୁମ୍ଭୀରଟି କେବଳ ଚାଉଳ ଏବଂ ଗୁଡ଼ରୁ ପ୍ରସ୍ତୁତ ମନ୍ଦିରର ପ୍ରସାଦ ଖାଇଥାଏ । ସେ କହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଏ ନାହିଁ । ମନ୍ଦିରର ଟ୍ରଷ୍ଟି ରାମଚନ୍ଦ୍ରନ ଭଟ୍ଟ କୁହନ୍ତି ଯେ ଏହି କୁମ୍ଭରୀରର ନାମ ବିବିୟା, ସେ ସମ୍ପୂର୍ଣ୍ଣ ରୂପେ ନିରାମିଷାଶୀ ବା ଶାକାହାରୀ । ସେ ପ୍ରତିଦିନ ମନ୍ଦିର ପୂଜା ପରେ ପ୍ରସାଦ ସେବନ କରିଥାଏ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ବିବିୟାକୁ ପ୍ରସାଦ ଖୁଆଇ ଥାନ୍ତି । ହ୍ରଦରେ ଥିବା ମାଛଠୁ ନେଇ କହାରିକୁ ବି ସେ କ୍ଷତି ପହଞ୍ଚାଏ ନାହିଁ । ଲୋକେ ହାତୀ ମୁହଁରେ ଯେପରି ଖାଦ୍ୟ ଦିଅନ୍ତି ନିର୍ଭୟରେ ବିବିୟା ମୁହଁରେ ବି ସେଭଳି ଖାଦ୍ୟ ଦେଇଥାନ୍ତି । କେବେଳ ବିବିୟାକୁ ଦେଖିବା ପାଇଁ ଏହି ମନ୍ଦିରକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ସୁଅ ଛୁଟୁଛି ।

Leave A Reply