କୁମ୍ଭୀର ମୁହଁରୁ ବର୍ତ୍ତିଲେ ଯୁବକ

0

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଲେ ଯୁବକ। ଯୁବକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ବତୀଘର ପଞ୍ଚାୟତର ବଡ଼ତୁଗଲି ଗ୍ରାମର କିଣାରାମ ମଣ୍ଡଳ(୨୩)। ସକାଳେ ସେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କ ହାତକୁ କାମୁଡ଼ି ଧରିଥିଲା। ସେ ଖୁବ୍‍ ଜୋର ପାଟି କରିଥିଲେ। ମାଛ ଧରିବାକୁ ଦୁଇ ମହିଳା ଯାଇଥିବା ସମୟରେ ତାଙ୍କ ପାଟି ଶୁଣି ସେଠାକୁ ଯାଇ କୁମ୍ଭୀରଟିକୁ ପିଟିବାରୁ ସେ ପାଣି ଭିତରକୁ ପଳାଇଥିଲା। ଯୁବକଙ୍କ ହାତରେ ଅଳ୍ପ କ୍ଷତ ହୋଇଥିବା ଜଣା ପଡ଼ିଛି। ଦୁଇ ମହିଳାଙ୍କ ପାଇଁ କିଣାରାମ ନିଜ ଜୀବନ ଫେରି ପାଇଛନ୍ତି।

Leave A Reply