ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

0

ଝାରସୁଗୁଡ଼ା : ଝାରସୁଗୁଡା ଥାନା ଅନ୍ତର୍ଗତ ବକ୍ସି ଛକଠାରେ ସାମାନ୍ୟ ଝଗଡ଼ା ଯୋଗୁଁ ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ମିଥୁନ ସାଇନି। ଏହି ମାମଲାରେ ଝାରସୁଗୁଡା ପୁଲିସ୍ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ଝାରସୁଗୁଡାସ୍ଥିତ ଲହଣ୍ତବୁଡ଼ ଠାରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଥିବା ୪ଜଣ ଶ୍ରମିକ ବକ୍ସିଛକଠାରେ ଏକ ଭଡା ଘରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଖାଇବା ସମୟରେ ଉକ୍ତ ୪ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ଭିତରେ ଖାଇବାକୁ ନେଇ ସାମାନ୍ୟ ଝଗଡ଼ା ହୋଇଥିଲା। ସେହି ସମୟରେ ପାଖରେ ପଡିଥିବା ଏକ ଧାରୁଆ ଛୁରୀରେ ଅନ୍ୟ ଜଣେ ଶ୍ରମିକ ମିଥୁନ ସାଇନିର ଛାତିରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା। ଏନେଇ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Leave A Reply