କ୍ରିକେଟରଙ୍କ ପତ୍ନୀଙ୍କୁ ପୁଲିସ୍‍ର ମାଡ଼ ଅଭିଯୋଗ

0

ଜାମ୍‍ନଗର: କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀଭାଙ୍କୁ ଜଣେ କନଷ୍ଟେବଳ ଖରାପ୍‍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସଜୟ ଆହିର ନାମକ ଉକ୍ତ କନେଷ୍ଟବଳଙ୍କୁ ଅଟକ ରଖାଯାଇଛି। ଜାମନଗର ଏସ୍‍ପି ପ୍ରଦୀପ ସିଜୁଲ୍‍ଙ୍କ ସୂଚନା ଅନୁଯାୟୀ, ଜାମନଗରର ସାରୁ ସେକ୍‍ସନ୍‍ ରୋଡ୍‍ରେ ରୀଭାଙ୍କ କାର ସଜୟଙ୍କ ମୋଟର ସାଇକେଲ୍‍କୁ ଧକ୍କା ଦେଇଥିଲା। ଏହାପରେ ସଜୟ ରୀଭାଙ୍କୁ ଆକ୍ରମଣ କରିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ସାମାନ୍ୟ ଦୁର୍ଘଟଣା ପରେ ସଜୟ ରୀଭାଙ୍କ ଚୁଟି ଟାଣିବା ସହିତ ମାଡ଼ ମାରିଥିଲେ। ସଜୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‍ପି କହିଛନ୍ତି।

Leave A Reply